ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ଦେଇପାରନ୍ତି ଯୋଗ ।

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ପୁରୀରେ ଅନୁଷ୍ଠିତ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିପାରନ୍ତି ମୋଦୀ । ଏନେଇ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ କୌଣସି ତାରିଖ ସ୍ଥିର ହୋଇନି । କିନ୍ତୁ ସ୍ନାନପୂର୍ଣ୍ଣମୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି । ଯେହେତୁ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହେଉଛନ୍ତି ତେଣୁ ଓଡ଼ିଶାରେ ହେଉଥିବା ଲୋକାର୍ପଣ ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହୁଅନ୍ତୁ ବୋଲି ଦଳୀୟ ନେତା ଚାହୁଁଥିବା କହିଛନ୍ତି ପୃଥ୍ୱୀରାଜ ।

Leave a Reply

Your email address will not be published. Required fields are marked *