ପ୍ରଧାନଶିକ୍ଷକ ଙ୍କ ନାମରେ ଦୁର୍ନୀତି ଅଭିଯୋଗ ରେ ଅଭିବାବକ ଙ୍କ ସ୍କୁଲ୍ ସମ୍ମୁଖରେ ଧାରଣା।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଳକ କାଳିକ ପଞ୍ଚାୟତ ହାତିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ବାରିକଙ୍କ ନାମରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଆସିଥିଲା। ଜଳେଶ୍ଵର ବିଇଓଙ୍କ ସହ ୬ ଜଣିଆ ଟିମ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ। ସୂଚନା ଅନୁସାରେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ବଂଶୀଧର ବାରିକ ଦୀର୍ଘ ତିନିବର୍ଷ ଧରି ଛୋଟ ଛୋଟ ପିଲାମାନଙ୍କର ପୋଷାକ, ଯୋତା ସହିତ

  ସମସ୍ତ ଅର୍ଥ ଆତ୍ମସାତ କରୁଥିବା ବେଳେ ସ୍କୁଲ କମିଟି ସଭାପତି କିମ୍ବା ସରପଞ୍ଚଙ୍କୁ ଜଣାଉ ନ ଥିବାରୁ ସ୍କୁଲ୍ କମିଟି ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଜଳେଶ୍ଵର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖୂତ ଅଭିଯୋଗ କରିଥିଲେ। ଜଳେଶ୍ଵର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ତରଫରୁ ଏବିଓ ବିଆରସିସି ସୁଶାନ୍ତ କୁମାର ବେହେରା, ଜ୍ୟୋସ୍ନାରାଣୀ ପ୍ରଧାନ, ସିଆରସିସି ନିବେଦିତା ପ୍ରଧାନ, ଗଜେନ୍ଦ୍ର ନାଥ ଦଳାଇ, ଆକାଉଣ୍ଟାଣ୍ଟ

ଅମିତ ଦତ୍ତ, ବିଜୟ ଦାସ ଏକ ଛଅ ଜଣିଆ ପ୍ରତିନିଧି ଦଳ ହାତିଗଡ଼ ସ୍କୁଲକୁ ଯାଇ ତଦନ୍ତ କରି ଥିଲେ।ପଞ୍ଚାୟତବାସୀଙ୍କ ପକ୍ଷରୁ ସରପଞ୍ଚ ପୁଷ୍ପଲତା ଦାସ, ସ୍କୁଲ କମିଟି ସଭାପତି ଆଶିଷ ମହାନ୍ତି, ଉତ୍ତମକାନ୍ତ ଜେନା, ପ୍ରବୀର ଦାସ, ସନୁ ଦାସ, ଆଲେକ୍ସ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ। କିନ୍ତୁ ଆଜି ତଦନ୍ତ ର କୋଡ଼ିଏ ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଆଜି ଦିନ ଦଶ ଘଟିକା ସମୟ ରେ ସ୍କୁଲ୍ ମୁଖ୍ୟ ଫାଟକ ରେ ତାଲା ପକେଇ ଶିକ୍ଷକ ଙ୍କ ବଦଳି ପାଇଁ ଅନିଦିଷ୍ଠ ସମୟ ପାଇଁ ଧାରଣା ରେ ବସିଥିଲେ। ଏହି ଧାରଣା ରେ ପ୍ରବୀର ଦାଶ,, ଗଣେଶ କିସ୍କୁ, ଅନନ୍ତ କୁମାର୍ ପାତ୍ର, କୋମଲ ଲୋଚନ ଦାସ, ଦୀପକ ଦାସ୍, ବିଶ୍ୱଜିତ୍ ମାଇତି ପ୍ରମୁଖ ଗ୍ରାମବାସୀ ଧରଣା ରେ ବସିଥିଲେ। ନେଇ ବାଲେଶ୍ବର ର ଗୋଷ୍ଠି ଶିକ୍ଷା ଅଧିକାରୀନି ପ୍ରତିଭା ମଞ୍ଜରୀ ଦାସ୍ ଙ୍କ ପ୍ରତିକ୍ରିୟା ଲୋଡ଼ି ଥିଲୁ। ସେ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ କି ଆସନ୍ତା ସାତଦିନ ମଧ୍ୟରେ ନୀଳଗିରି ବିଇଓ ଏବଂ ବାଲେଶ୍ବର ସଦର ବିଇଓ ତଦନ୍ତ ରେ ଯିବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *