||ଆଜି ରାଜ୍ୟରେ ୬ ଟି ଲୋକସଭା ଆସନରେ ମତଦାନ ଚାଲିଛି ||

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଆଜି ୬ଟି ଲୋକସଭା ଆସନ ଯଥା ଭୁବନେଶ୍ବର ,କଟକ ,ପୁରୀ,ସମ୍ବଲପୁର,ଢେଙ୍କାନାଳ ଓ କେନ୍ଦୁଝର ଏବଂ ଏହାରି ଅଧୀନରେ ୪୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ  ମତଦାନ ଚାଲିଛି । 447 ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ଚାଲିଛି। ସେମାନଙ୍କ ମଧ୍ୟରେ ଲୋକସଭା ପାଇଁ 64 ଜଣ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ମୋଟ୍ 383 ପ୍ରାର୍ଥୀ ଅଛନ୍ତି । 6ଟି ଲୋକସଭା ଆସନ ମଧ୍ୟରୁ ସମସ୍ତଙ୍କ ନଜରରେ ରହିଛି ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁର ଉପରେ । ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି । 

Leave a Reply

Your email address will not be published. Required fields are marked *