ଆଜି ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶେଷ ପ୍ରଚାର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଆସୁଛନ୍ତି ।  ଆଜି ପ୍ରଧାନମନ୍ତ୍ରୀ ବାଲେଶ୍ଵର , ବାରିପଦା ଓ କେନ୍ଦ୍ରାପଡ଼ାରେ ଆୟୋଜିତ ଜନ  ସମାବେଶରେ  ଯୋଗଦେବେ । ରାଜ୍ୟରେ ଚତୁର୍ଥ ବା ଶେଷ ପର୍ଯ୍ୟାୟ ନିର୍ବାଚନ ବାକି ରହିଥିବାବେଳେ ନିର୍ବାଚନୀ ପ୍ରଚାର ଜୋର ଧରିଛି । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପ୍ରଥମେ   ମଧ୍ୟାହ୍ନ ୧.00 ରେ ବାରିପଦାର ଛଉ ପଡିଆରେ ଆୟୋଜିତ ଜନ ସମାବେଶରେ ଯୋଗଦେବେ । ତା ପରେ ବାଲେଶ୍ୱରରେ ଦିନ ୨.୩୦ରେ  ରେମୁଣା ନରହରି ପଡ଼ିଆ ସହିତ  କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ଜନସମାବେଶରେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *