ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଖେଳ‌ ବେଳେ ବାଣ ବିସ୍ଫୋରଣ ଦୁର୍ଘଟଣା

ଶ୍ରୀକ୍ଷେତ୍ର ପୁରୀସ୍ଥିତ ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବୁଧବାର ରାତିରେ ମହାପ୍ରଭୁଙ୍କ ଭଉଁରୀ ଖେଳ ସମୟରେ ବାଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୩୦ରୁ ଅଧିକ ଭକ୍ତ ଆହତ ଓ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ଗୁରୁତର ଥିବା ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *