ଆଜି ବିଶ୍ୱତମାଖୁମୁକ୍ତ ଦିବସ(world No Tobacco day)

ଆଜି ହେଉଛି  ବିଶ୍ୱ ତମାଖୁମୁକ୍ତ ଦିବସ।ପ୍ରତି ବର୍ଷ ମେ ୩୧ ତାରିଖରେ ଏହି ଦିବସ କୁ ପାଳନ କରାଯାଏ । ତମାଖୁ ସେବନ ଦ୍ଵାରା ଶରୀରରେ ହେଉଥିବା କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ସାରା ବିଶ୍ଵ ପାଳନ କରୁଛି । ଚଳିତ ବର୍ଷର ପ୍ରସଙ୍ଗ ରହିଛି  “ତମାଖୁମୁକ୍ତ ଶୈଶବ”।ଏହାର ଲକ୍ଷ୍ୟ ହେଉଛି ତମାଖୁ ସେବନ ଓ କାରବାର ଏବଂ ଶିଶୁମାନଙ୍କୁ ତମାଖୁ ଠାରୁ ଦୂରେଇ ରଖିବା । ତମାଖୁ ସେବନ ସ୍ୱାସ୍ଥ୍ୟ ପ୍ରତି ବିପଦ ଜାଣିକି କିଛି ଲୋକ ସେବନ କରୁଛନ୍ତି । ବର୍ତ୍ତମାନ ତମାଖୁ ସେବନ ଏକ ଗୁରୁତର ସମସ୍ୟା ରୂପେ ଉଭା ହେଇଛି । ଏବେ ଯୁବବର୍ଗ ମାନେ ନିଶା କବଳରେ । ସେମାନେ ତମାଖୁ ସେବନ ଶୈଶବ ରୁ ଆରମ୍ଭ କରୁଥିବାରୁ ଦେଖାଯାଉଛି । ଏମାନଙ୍କୁ ଏବେ ତମାଖୁ କବଳିତ କରିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି । ତମାଖୁ ସେବନଠୁ ଦୂରେଇ ରଖିବା ପାଇଁ ଚଳିତ ବର୍ଷ ଏହାର ପ୍ରସଙ୍ଗ ରହିଛି ‘ତମାଖୁମୁକ୍ତ ଶୈଶବ’।

Leave a Reply

Your email address will not be published. Required fields are marked *