ଟିମ ଇଣ୍ଡିଆ ଆଜି ସ୍ଵଦେଶ ଫେରିବେ

ବାର୍ବଡସ ଛାଡିଛନ୍ତି ଟିମ ଇଣ୍ଡିଆ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ଵକପ ଚାମ୍ପିଅନ ହେଲା ପରେ ଭାରତରେ ପହଞ୍ଚିଛନ୍ତି ଟିମ ଇଣ୍ଡିଆ । ଆଜି ସକାଳ ୬ ଟା ୨୦ ରେ ନୂଆଦିଲ୍ଲୀ ରେ ପହଞ୍ଚିବେ ଟିମ ଇଣ୍ଡିଆ ,ଅପେକ୍ଷାରେ ରହିଛନ୍ତି ପ୍ରଶଂସକ । ଟିମ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବାହ୍ଣ ୧୧ଟାରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲା ପରେ ଏକ ସ୍ଵତନ୍ତ୍ର ବିମାନରେ ମୁମ୍ବାଇ ଯିବେ ଟିମ ଇଣ୍ଡିଆ । ଆଜି ସନ୍ଧ୍ୟା ୫ଟାରେ ମେରିନ ଡ୍ରାଇଭ ଓ ୱାଙ୍ଖେଡେ ଷ୍ଟାଡିୟମରେ ବିଜୟ ପରେଡ ସହିତ ବିଜୟର ଉତ୍ସାହ ପାଳନ ହେବ । ଏହି ଉତ୍ସବ ମୁମ୍ବାଇରେ ପାଳନ ହବ ।

Leave a Reply

Your email address will not be published. Required fields are marked *