ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା

ଲୋକାରଣ୍ୟ ଶ୍ରୀକ୍ଷେତ୍ର । ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରାପହଁରା ପରେ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ୪ଟା ୫୫ରେ ଟଣା ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା। ରଥ ଗଡିଲା ପରେ ମାର୍କେଟ ଛକରେ ତାଳଧ୍ଵଜ,ମରିଚି କୋଟରେ ଦେବଦଳନ ଅଟକିଥିଲା ।  କାଳିଆ ସାଆନ୍ତଙ୍କ ନନ୍ଦିଘୋଷ  ମାତ୍ର ଅଳ୍ପ ବାଟ ଯିବା ପରେ ଅଟକିଥିଲା । ଆଜି ସକାଳୁ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ରଥ ଟଣା ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ବଡ଼ଦାଣ୍ଡରେ ଶ୍ରୀଜିଉମାନଙ୍କର ରଥକୁ ଶ୍ରଦ୍ଧାଳୁ, ସେବାୟତ ଓ ସୁରକ୍ଷାକର୍ମୀମାନେ ଟାଣି ନେଉଛନ୍ତି।ସତେ ଯେମିତି ଆଜି ବଡଦାଣ୍ଡ ଜନ ସମୁଦ୍ରରେ ପରିଣତ ହୋଇଛି। ୫୩ ବର୍ଷ ପରେ ଏମିତି ସଂଯୋଗ ହୋଇଛି । ଦୁଇଦିନ ଧରି ରଥ ଟଣା ହୋଇଛି ।

Leave a Reply

Your email address will not be published. Required fields are marked *