ଆଜି ପବିତ୍ର ବାହୁଡାଯାତ୍ରା

ଆଜି ଆଷାଢ଼ ଶୁକ୍ଳପକ୍ଷ ବାହୁଡ଼ା ଦଶମୀ। ମହାପ୍ରଭୁ ଭାଇ ଭଉଣୀକୁ ସାଙ୍ଗରେ ନେଇ ନଅ ଦିନ ପାଇଁ  ଜନ୍ମବେଦୀକୁ ଯାତ୍ରା କରିଥିଲେ। ଆଜି ମହାପ୍ରଭୁ ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ରଥରେ ଆଜି  ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବାକୁ ବାହୁଡାଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ।

ମାତା ଲକ୍ଷ୍ମୀ ହେରା ପଞ୍ଚମୀରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ମହାପ୍ରଭୁ ବାହୁଡିବାବେଳେ ରଥ ଦକ୍ଷିଣାମୁଖୀ ହୋଇଥାଏ । କିନ୍ତୁ ରଥଯାତ୍ରାରେ  ଶ୍ରୀମନ୍ଦିରରୁ  ମାଉସୀମା ମନ୍ଦିରକୁ ଯିବା ବେଳେ ତିନିରଥ ଉତ୍ତରାମୁଖୀ ହୋଇ ଯାତ୍ରା କରିଥାଆନ୍ତି ।

Leave a Reply

Your email address will not be published. Required fields are marked *