ଖୋଲାଗଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର

ପ୍ରତୀକ୍ଷାର ଘଟିଲା ଅନ୍ତ । ଲୋକନାଥଙ୍କ ଆଜ୍ଞାରେ ଖୋଲିଲା ରତ୍ନଭଣ୍ଡାର । ମହାରୁଦ୍ରାଭିଷେକ ପରେ ଆସିଥିଲା ଆଜ୍ଞାମାଳ, ମା’ ବିମଳାଙ୍କ ପାଖରେ ଟେକା ହୋଇଥିଲା ଗୁଆ । ଖୋଲାଗଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ତାଲା ନଖୋଲିବାରୁ ତାଲା କଟାଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିବା ସୂଚନା ମିଳିଛି । ଚାବିରେ ନ ଖୋଲିବାରୁ କଟର ସାହାଯ୍ୟରେ କଟା ଯାଇଥିବା ସୂଚନା ରହିଛି । ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନାହିଁ, ଶ୍ରୀମନ୍ଦିର ଭିତରୁ  ସ୍ନେକ୍ ହେଲ୍ପଲାଇନ ସଦସ୍ୟ ବାହାରି କହିଲେ ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନାହିଁ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍‌ଓ ପକ୍ଷରୁ ଟ୍ବିଟ୍, ‘ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର । ରଥଯାତ୍ରା ପରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣନା, ସୂଚନା ଦେଲେ ଅରବିନ୍ଦ ପାଢ଼ୀ

Leave a Reply

Your email address will not be published. Required fields are marked *