ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ବିପକ୍ଷ ନିଜର ଦ୍ଵିତୀୟ ମ୍ୟାଚ୍‌ ୧-୧ରେ ଡ୍ର ହୋଇଛି

ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ବିପକ୍ଷ ନିଜର ଦ୍ଵିତୀୟ ମ୍ୟାଚ୍‌ ୧-୧ରେ ଡ୍ର ଖେଳିଛି। ଭାରତୀୟ ଦଳ ଶେଷ ମିନିଟ୍‌ରେ ହିଁ ଖେଳର ମୋଡ଼ ବଦଳାଇ ଦେଇଛି। ଦଳ ପୁରା ୫୮ ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍‌ରେ ୧-୦ରେ ପଛୁଆ ରହିଥିଲା।ତେବେ ଶେଷ ମିନିଟ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ହରମନପ୍ରୀତ ସିଂ ଶେଷ ମିନିଟ୍‌ରେ ଗୋଲ୍ ଦେଇ ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *