ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି l ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ  ପିନ୍ଧାଇବେ ରାକ୍ଷୀ । ପରେ ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଡ଼ଠାକୁର ବଳଭଦ୍ରଙ୍କ ସ୍ୱତନ୍ତ୍ର ଜନ୍ମନୀତି l

ଏହି ବିଶେଷ ଅବସରରେ  ଭାଇ ହାତରେ ସ୍ନେହର ଡୋରୀ ରାକ୍ଷୀ ବାନ୍ଧିବ ଭଉଣୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମ ଏବଂ ଶୁଭକାମନା କରିବ l ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନାଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ।

Leave a Reply

Your email address will not be published. Required fields are marked *