ରେମୁଣା ଅଞ୍ଚଳରେ ଏକ ଘରୁ ନାବାଳିକାର ମୃତ ଦେହ ଉଦ୍ଧାର

ବାଲେଶ୍ଵର ,ରେମୁଣା ଅଞ୍ଚଳରେ ଥିବା ଏକ ଘରୁ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଛି । ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ । ପୋଲିସ ଆସି ତଦନ୍ତ କରିଥିଲେ ଓ ୯ ବର୍ଷୀୟ ନାବାଳିକାର ମୃତ ଦେହକୁ ଉଦ୍ଧାର କରିଛି । ସେହି ନାବାଳିକା ଜଣକ ୩ ଦିନ ହେଲା ଘରୁ ନିଖୋଜ ଥିଲେ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ହତ୍ୟା କାଣ୍ଡରେ ଜଣେ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି ଏବଂ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *