ସେପ୍ଟେମ୍ବର ୧ରୁ ନୂଆ ଅବକାରୀ ନୀତି

ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟସରକାର । ୨୦୨୪ ସେପ୍ଟେମ୍ବର ୧ ରୁ ୨୦୨୫ ମାର୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ନିୟମ । ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲକୁ ନୂଆ ବାର ଲାଇସେନ୍ସ ମିଳିବ । ସେହିପରି ଡ୍ୟାନ୍ସ ବାର ଆଉ ଚାଲିବ ନାହିଁ । ବାର ଗୁଡିକ ଅନୁମତି ନେଇ ସଙ୍ଗୀତ ପରିବେଷଣ କରିପାରିବେ କିନ୍ତୁ ନୃତ୍ୟ ପରିବେଷଣ କରିପାରିବେ ନାହିଁ ।  ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବ ନାହିଁ । ଭାଙ୍ଗ,ତାଡି ଓ ପୋଚ ପାଇଁବି ନିୟମ ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *