ଜାନୁଆରି ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ

ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟରେ ଜାନୁଆରି ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ଗହମ ମିଳିବ। ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି। କେଉଁ ଜିଲ୍ଲା ପାଇଁ କେତେ ଗହମ ଆବଶ୍ୟକ ତାହାର ହିସାବ ଜିଲ୍ଲା ଅଧିକାରୀ ଦେବେ । ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ। ଏସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଇ-କେୱାଇସି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚିଛି। ପାଖାପାଖି ୮୫ ପ୍ରତିଶତ ଲୋକଙ୍କ ଇ-କେୱାଇସି ପ୍ରକ୍ରିୟା ସରିଲାଣି।

Leave a Reply

Your email address will not be published. Required fields are marked *