ତୃତୀୟ ଥର ପାଇଁ ମହାରାଷ୍ଟ୍ରର ଶାସନଭାର ସମ୍ଭାଳିବେ ଫଡନାଭିସ l ଆଜି ମହାରାଷ୍ଟ୍ରରେ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ନୂତନ ମନ୍ତ୍ରୀ ପରିଷଦ ଆଜି ଅପରାହ୍ନ ୫ ଟାରେ ମୁମ୍ବାଇର ଆଜାଦ ମଇଦାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିବେ।
