ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଆଜି ଜନ୍ମବାର୍ଷିକୀ

ଭାଷା ଓଡ଼ିଶା ଗଠନର ଅନ୍ୟତମ କର୍ଣ୍ଣଧାର ତଥା ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଆଜି ଜନ୍ମବାର୍ଷିକୀ। ୧୮୭୦ ମସିହାର ଆଜିର ଦିନରେ ମହାରାଜାଙ୍କ ଜନ୍ମ ହୋଇଥିଲା। ତାଙ୍କୁ ୧୨ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ତଥା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଦେହାନ୍ତ ହୋଇଥିଲା। ନାବାଳକ ହେତୁ ମୟୁରଭଞ୍ଜ ବ୍ରିଟିଶ ଆଇନ ବଳରେ ଏଠାରେ କୋର୍ଟ ଅଫ୍‍ ଓ୍ୱାର୍ଡ୍ସ ଲାଗୁ କରାଯାଇଥିଲା। ୧୫ ଅଗଷ୍ଟ ୧୮୯୨ରେ ସେ ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ। ଏକ ଶିକାର ଯାତ୍ରାରେ ଥିବା ସମୟରେ ତାଙ୍କ ଶଳାଙ୍କ ଗୁଳିରେ ୨୨ ଫେବୃୟାରୀ ୧୯୧୨ ମସିହାରେ ମହାରାଜାଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *