ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ଅନ୍ତ ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ୬ ମାସ ପର୍ଯ୍ୟନ୍ତ ଗାଜାକୁ ନେଇ ଆଉ ଯୁଦ୍ଧ ହେବ ନାହିଁ। ଇସ୍ରାଏଲ ପକ୍ଷରୁ ଅଟକ ଥିବା ପାଲେଷ୍ଟାଇନ୍ର ନାଗରିକଙ୍କୁ ମୁକ୍ତ କରାଯିବ। ଏହା ସହ ହମାସ ମଧ୍ୟ ବନ୍ଦୀ ଇସ୍ରାଏଲ୍ ନାଗରିକଙ୍କୁ ଖଲାସ କରିବ। ଏହାସହ ଗାଜାରେ ଥିବା ପାଲେଷ୍ଟିନୀୟଙ୍କୁ ତାଙ୍କ ଘରକୁ ଯିବା ଏବଂ ସେଠାରେ ରହିବା ଲାଗି ଅନୁମତି ମିଳିବ। ଆଜି କ୍ୟାବିନେଟରେ ଏହି ଚୁକ୍ତିକୁ ପାରିତ କରିବ ଇସ୍ରାଏଲ୍। ରବିବାରଠାରୁ ଏହା କାର୍ଯ୍ୟକାରୀ ହେବ। ଆମେରିକାରେ ନୂଆ ରାଷ୍ଟ୍ରପତି ଆସିବା ପୂର୍ବରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଗ୍ରହଣ କରାଯାଉଛି। ଗତ ୧୫ ମାସ ହେଲେ ଏଠାରେ ଯୁଦ୍ଧ ଚାଲିଛି।
