ଏଣିକି ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ।ଏଣିକି ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା। ଡ୍ରପ ଆଉଟ ବନ୍ଦ କରାଯିବ କହିଲେ ମୁଖ୍ୟମନ୍ତ୍ରୀ । ଏନେଇ ରାଜ୍ୟ ସରକାର କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରିବେ । ପୂର୍ବରୁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମଧ୍ୟାହ୍ନ ଭୋଜନ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଦଶମ ଯାଏଁ ଛାତ୍ରଛାତ୍ରୀ ସ୍କୁଲରେ ଖାଇବାର ବ୍ୟବସ୍ଥା କରିବା ନେଇ କଟକରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *