ପୁରୀର ଜଗନ୍ନାଥ ଷ୍ଟାଡିୟମକୁ ବୋମା ମାଡ । ସେବାୟତଙ୍କ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଚାଲିଥିବା ବେଳେ ବୋମା ମାଡ ହୋଇଛି । ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ଚାଲିଥିଲାବେଳେ ରାତି ୯ଟା ବେଳେ ବୋମା ମାଡ କରି ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ । ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ପେଣ୍ଠକଣ୍ଟା ଫାଣ୍ଡି ଠାରୁ ମାତ୍ର ୨୦ କି॰ମି. ଦୂରରୁ ଦୁର୍ବୁତ୍ତ ଖସିଯିବାକୁ ଉଦ୍ୟମ କରିଥିଲେ। । ଯେତେବେଳେ ବୋମା ମାଡ କରି ଦୁର୍ବୁତ୍ତ ମାନେ ଖସିଯିବାକୁ ସକ୍ଷମ ହୋଇଛନ୍ତି । ରାତି ପ୍ରାୟ ୯ ଟାରେ ହଟାତ ୨ ଜଣ ଯୁବକ ବାଇକରେ ଆସି ଲଗାତର ଭାବେ ୩ ଟି ବୋମ ଷ୍ଟାଡିୟମ ଭିତରକୁ ଫିଙ୍ଗିଥିଲେ । କିନ୍ତୁ ବୋମ ଘାସରେ ପଡିବାରୁ ଫୁଟିନଥିଲା । ରାସ୍ତାରେ ଫୁଟିଥିବା ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ପୁରୀ ଏସିପି ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୩ଟି ଅଫୋଟା ବୋମ ଜବତ କରି ନିଷ୍କ୍ରିୟ କରିଥିଲେ ।