ଆରପାରିରେ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି

ଆଉ ନାହାନ୍ତି ସୁପରଷ୍ଟାର ଉତ୍ତମ ମହାନ୍ତି । ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଦେହାନ୍ତ । ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସୂଚନା । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ଲିଭର ସିରୋସିସ ରୋଗରେ ପୀଡିତ ଥିଲେ । ତାଙ୍କର ଦେହାନ୍ତ ଖବର ଶୁଣି ଓଡିଆ ଚଳଚ୍ଚିତ୍ର ଦୁନିଆରେ ଶୋକର ଛାୟା ଖେଳିଯାଇଛି । ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ । ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ । ଭୁବନେଶ୍ଵର ସତ୍ୟନଗର ଶ୍ମଶାନରେ ହେବ ଶେଷକୃତ୍ୟ ।

୧୯୭୭ ରେ ଓଡିଆ ସିନେମାରେ ଡ଼େବ୍ୟୁ କରିଥିଲେ ଉତ୍ତମ ମହାନ୍ତି । ସାଧୁ ମେହେରଙ୍କ ‘ଅଭିମାନ ‘ ଚଳଚ୍ଚିତ୍ର ଜରିଆରେ ସିନେମା ଜଗତରେ ପାଦ ଥାପିଥିଲେ ଉତ୍ତମ ମହାନ୍ତି । ୧୩୫ ସିନେମାରେ ଅଭିନୟର ଛାପ ଛାଡିଛନ୍ତି ସେ । ବଙ୍ଗଳା ଓ ହିନ୍ଦୀ ସିନେମାରେ କରିଛନ୍ତି ଅଭିନୟ । ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ୮୦ ଓ ୯୦ ଦଶକରେ ଉତ୍ତମ ମହାନ୍ତି ଥିଲେ ସବୁଠୁ ବ୍ୟସ୍ତ ଚିତ୍ରତାରକା ।

Leave a Reply

Your email address will not be published. Required fields are marked *