ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ଵାରେ ବାହାରେ ଅନ୍ନ କ୍ଷେତ୍ର ଯୋଜନା

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ । ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ଉପଦେଷ୍ଟା କମିଟିର ସମୀକ୍ଷା ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗବେଷକ ଉପସ୍ଥିତ । ଉତ୍ତର ଦ୍ଵାରେ ବାହାରେ ଅନ୍ନ କ୍ଷେତ୍ର କରିବାକୁ ଯୋଜନା । ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପରେ ଗଜପତି ମହାରାଜାଙ୍କ ସୂଚନା । ଭକ୍ତଙ୍କ ସଂଖ୍ୟା ବଢିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇପାରୁନି । ଉତ୍ତର ଦ୍ଵାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି । ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ । କିନ୍ତୁ ମହାପ୍ରସାଦ ସେବନ ପାଇଁ ପ୍ରସସ୍ଥ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ । ସରକାର ସହ ଆଲୋଚନା କରି ଆଗକୁ ନେବାକୁ ନିବେଦନ କରିବୁ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବଗଳା ଧର୍ମଶାଳା ନିକଟକୁ ଉଠିଆସିବ ଶ୍ରୀମନ୍ଦିର ସ୍ଥାୟୀ କାର୍ଯ୍ୟାଳୟ । ଏବେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟଟି ଅଭ୍ୟର୍ଥନା କକ୍ଷ ହେବ ।ଶ୍ରୀମନ୍ଦିର ପ୍ରକଳ୍ପର କିଛି ଫିନିସିଙ୍ଗ କାମ ବାକି ଅଛି ,ଶୀଘ୍ର ସରିବ ବୋଲି ଆଶା ।

Leave a Reply

Your email address will not be published. Required fields are marked *