ସିକ୍କିମ ତିସ୍ତା ନଦୀରେ ଗାଡି ଦୁର୍ଘଟଣା, ଅନେକ ଓଡିଆ ଯାତ୍ରୀ ରହିଥିବା ସୂଚନା

ସିକ୍କିମରେ ବଡ ଅଘଟଣ । ନଦୀକୁ ଖସିଲା ଟୁରିଷ୍ଟ କାର । ସିକ୍କିମ ତିସ୍ତା ନଦୀରେ ଗାଡି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଉଦ୍ଧାର ହୋଇଛନ୍ତି । ୯ ଯାତ୍ରୀ ଏବେ ବି ନିଖୋଜ ରହିଛନ୍ତି । ଦୁର୍ଘଟଣାରେ ଅନେକ ଓଡିଆ ଯାତ୍ରୀ ରହିଥିବା ସୂଚନା । ସିକ୍କିମ ରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଃଖ ପ୍ରକାଶ । ସିକ୍କିମ ସରକାରଙ୍କ ସହ ଆଲୋଚନା କଲେ ମୋହନ ମାଝୀ । ସ୍ଵତନ୍ତ୍ର ଟିମ ସିକ୍କିମ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡିଶାରୁ ଯିବ ସ୍ଵତନ୍ତ୍ର ଟିମ ।

Leave a Reply

Your email address will not be published. Required fields are marked *