ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ

ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ଏଥିଲାଗି ଆସନ୍ତା ୧୧ ଓ ୧୨ ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ରହିବେ। ଗତବର୍ଷ ଜୁନ୍‍ ୧୧ ତାରିଖରେ ମୋହନ ମାଝିଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ସରକାର ଗଢ଼ିଥିଲା।
ସରକାରଙ୍କ ଏକ ବର୍ଷ ପୂର୍ତ୍ତିକୁ ଉତ୍ସବ ମୁଖର କରିବା ତଥା ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାଗସ୍ତ କରୁଛନ୍ତି। ଏହିକ୍ରମରେ ଗୁରୁବାରଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୧୨ଟି ଶିଳ୍ପ ପ୍ରକଳ୍ପ ଲାଗି ମୂଳଦୁଆ ପକାଇଛନ୍ତି। ଏହି ଶିଳ୍ପ ପ୍ରକଳ୍ପ ଲାଗି ୨୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *