ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ

ମୌମୁମୀ ଓଡ଼ିଶା ଛୁଇଁଥିଲେ ସୁଧା କୁଆଡେ ଗାଏବ ହୋଇଯାଇଛି। ୧୦ ପରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ମୌମୁମୀ ପୁଣି ସକ୍ରିୟ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଯାହାର ପ୍ରଭାବରେ ରାଜ୍ୟରେ ଭାରୀ ବର୍ଷା ହେବ। ଆଜି (ଶନିବାର) ବିଶେଷକରି, ମୟୂରଭଂଜ, ବାଲେଶ୍ବର, ଭଦ୍ରକ,ଗଜପତି, ଗଂଜାମ, ରାୟଗଡା, ମାଲକାନଗିରି, କୋରାପୁଟ୍ ଓ ନବରଙ୍ଗପୁର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *