ଧର୍ମଗଡ଼ ଉପଜିଲ୍ଲାପାଳ ତଥା ୨୦୨୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଧିମନ ଚକମା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଜଣେ ବ୍ୟବସାୟୀଙ୍କଠାରୁ ସେ ଏହି ଅର୍ଥକୁ ଲାଞ୍ଚ ଆକାରରେ ଗ୍ରହଣ କରୁଥିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନ ଦେଲେ ତାଙ୍କ ବ୍ୟବସାୟକୁ ବନ୍ଦ କରିଦିଆଯିବ ବୋଲି ଶ୍ରୀ ଚକମା ଧମକ ଦେଇଥିଲେ। ବଦଳରେ ସମ୍ପୃକ୍ତ ବ୍ୟବସାୟୀ ତାଙ୍କୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ତାଙ୍କ ହାତ ଓ ଡ୍ରୟାରରେ ଏହାର ପ୍ରମାଣକୁ ମଧ୍ୟ ଭିଜିଲାନ୍ସ ଗ୍ରହଣ କରିଛି। ଏହା ସହ ତାଙ୍କ ଘର ଓ କାର୍ଯ୍ୟାଳୟରେଚଢ଼ାଉ ବେଳେ ୪୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।