ଅଦିନିଆ ରଥଯାତ୍ରାକୁ ନେଇ ପୁରୀ ଗଜପତିଙ୍କ ଚିଠି।ଇସ୍କନକୁ ରଥଯାତ୍ରା ଓ ସ୍ନାନପୂର୍ଣ୍ଣମୀ ଶାସ୍ତ୍ରାନୁମୋଦିତ ତିଥିରେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏ ନେଇ ସେ ଏକ ଚିଠି ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କୁ ଇମେଲରେ ପଠାଇଛନ୍ତି। ଭିନ୍ନ ଭିନ୍ନ ତିଥିରେ ଶ୍ରୀ ଜଗନ୍ନାଥଙ୍କ ରୀତି ନୀତି ପାଳନକୁ ନେଇ ଶ୍ରୀ ଜଗନ୍ନାଥ ଭକ୍ତମାନେ ଆପତ୍ତି ଉଠାଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୨୦ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକମାନେ ଇସ୍କନ ଯୁକ୍ତକୁ ଖାରଜ କରିଥିଲେ। ତଥାପି ବିଭିନ୍ନ ଇସ୍କନ ମନ୍ଦିର ପକ୍ଷରୁ ଏବେ ଭିନ୍ନ ଭିନ୍ନ ତିଥି ଘୋଷଣା କରାଯାଇଛି।