ରଥଯାତ୍ରା ପ୍ରସ୍ତୁତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଏବର୍ଷ ରଥଯାତ୍ରା ଅଘଟଣଶୂନ କରିବା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଶେଷ କରି ସୁରକ୍ଷା, ନୀତିକାନ୍ତି ଓ ଭକ୍ତ ପରିଚାଳନା ବ୍ୟବସ୍ଥାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏନ୍ଏକସ୍ଜି ସ୍ନାଇପର ଟିମ୍‍ ମୁତ୍ତୟନ ହେବେ। ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ପଇଁତରା ମାରିବେ ସୁରକ୍ଷା କର୍ମୀ। ରାସ୍ତାର ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥାକୁ ଜୋରଦାର କରାଯାଇଥିବା ବୈଠକ ପରେ ସୂଚନା ମିଳିଛି।
ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୬୫ ଟ୍ରେନ।ପୁରୀକୁ ଭକ୍ତଙ୍କ ସୁବିଧାଜନକ ଯାତ୍ରା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଗତବର୍ଷ ଅପେକ୍ଷା ଏବର୍ଷ ୫୦ଟି ଅଧିକ ଟ୍ରେନ ଯାତାୟାତ କରିବ। ଇସିଓଆର୍‍ ଆପ୍ରୁୱ ଏହି ଟଅେନ୍‍ ଗତିବିଧି ସମ୍ପର୍କରେ ସୂଚନ ମିଳିପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *