ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ଦେଶ ଏଥିପାଇଁ ରାଜି ହୋଇଥିବା ଡୋନାଲ୍ଡ ତାଙ୍କ ସୋଶାଲ୍ ମିଡିଆ ଆମାଉଣ୍ଟରେ ପୋଷ୍ଟ କରିଛନ୍ତି। ଇରାନରେ ଆଣବିକ ଶକ୍ତି ସ୍ଥଳରେ ଆମେରିକୀୟ ସେନାର ଆକ୍ରମଣ ପରେ ଇରାନ୍ ଜବାବରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏଥିରେ କୁଏତରେ ଥିବା ଆମେରିକାର ସେନା ଘାଟି ଉପରେ ପ୍ରବଳ ଆକ୍ରମଣ ହୋଇଥିଲା। ଏହା ପରେ ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ଯୁଦ୍ଧ ଅନ୍ତ କରିବାକୁ ନିଷ୍ପତ୍ତି ନେବାକୁ ରାଜି ହୋଇଥିବା କହିଛନ୍ତି। ଏହାଦ୍ୱାରା ୧୨ ଦିନ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇଥିବା ସେ କହିଛନ୍ତି। କିନ୍ତୁ ଦୁଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।