ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସମନ୍ୱୟର ଅଭାବ ଦେଖିବାକୁ ମିଳିଛି

ରଥ ଟଣା ନିର୍ଘଣ୍ଟ ଠିକଣା ସମୟରେ ହୋଇ ପାରି ନାହିଁ। ଶ୍ରୀ ଜଗନ୍ନାଥଙ୍କ ରଥକୁ ପରମ୍ପରାର ପାଳନ ପାଇଁ କେବଳ ଅଳ୍ପ କିଛିବାଟ ଟଣା ଯାଇଛି। ସୁଭଦ୍ରାଙ୍କ ରଥ ମାର୍କେଟ ଛକ ପାଖରେ ପହଞ୍ଚିଥିବାବେଳେ ବଳଭଦ୍ରଙ୍କ ରଥ ବଳଗଣ୍ଡିଠାରେ ଅଟକି ରହିଛି।ରଥଯାତ୍ରା ନୀତି କାନ୍ତି ୧ ଘଣ୍ଟା ୧୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରାୟ ୧ ଘଣ୍ଟା ପହଣ୍ଡି ଆରମ୍ଭରେ ବିଳମ୍ବ ହୋଇଥିଲା। ଏଡାପରେ ସବୁ ନୀତିକୁ ଠିକଣା କରିବା ପାଇଁ ଚାହିଁଥିଲେ ପ୍ରଶାସନ ଓ ସେବାୟତ। କିନ୍ତୁ ବଳଭଦ୍ରଙ୍କ ରଥରେ କିଛି ତ୍ରୁଟି ସବୁକିଛିରେ ପାଣି ପକାଇଥିଲା। ବାରମ୍ବାର ତାଳଧ୍ୱଜ ରଥ ମୋଡ଼ ନେବାରୁ ରଥଟଣା ବିଳମ୍ବ ହୋଇଥିଲା। ଆଉ ଏହି ବିଳମ୍ବ ନିୟନ୍ତ୍ରଣକୁ ନେଇ ସମସ୍ୟା ଉପୁଜାଇଥିଲା।

Leave a Reply

Your email address will not be published. Required fields are marked *