ଅଧିକାରୀଙ୍କୁ ମାଡ ମରା ଘଟଣା: ୩ ଗିରଫ।ବିଏମ୍ସି କାର୍ଯ୍ୟାଳୟ ଭିତରେ ଖୋଦ୍ ବିଏମ୍ସି ଅତିରିକ୍ତ କମିସନର ରତ୍ନାକାର ସାହୁଙ୍କୁ ଘୋଷାଡି ଧକ୍କା ମାରି ଅତି ଅମାନୁଷିକ ଭାବେ ମୁହଁ, ଛାତି ଓ ପେଟକୁ ବିଧା ଗୋଇଠା ମାରି ଚାଲିଲେ। ଏଭଳି ମାଡ଼ ଓ ଦୁର୍ବ୍ୟବହାର ଆଜି ଓଡ଼ିଶାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିଜେଡି କର୍ପୋରେଟରଙ୍କ ସମେତ ବରିଷ୍ଠ ନେତା ବିଏମ୍ସି କାର୍ଯ୍ୟାଳୟ ଆଗରେ ପ୍ରାୟ ୨ ଘଣ୍ଟା ରାସ୍ତା ରୋକ ସହ ପ୍ରକୃତ ଦୋଷୀକୁ ଗିରଫ ଦାବି କରିଥିଲେ। ଅନ୍ୟପଟେ ଖାରବେଳନଗର ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର୍ ଜୀବନ ରାଉତ, ରଶ୍ମି ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଛି।
