ବାଲେଶ୍ଵରରେ ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଛି । ପୋଡା ଜଳା ପରେ ବାଲେଶ୍ଵର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କଳା ପାଇଁ କର୍ଫ୍ୟୁ ଜାରି ହୋଇଛି । ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁରା ସହର କର୍ଫ୍ୟୁ ଜାରି । କର୍ଫ୍ୟୁ କଟକଣା ପାଇଁ ପୁରା ସହରରେ ଦୋକାନ ବଜାର ଓ ସ୍କୁଲ ,କଲେଜ ବନ୍ଦ ରହିଛି । ବାଲେଶ୍ଵର ପ୍ରଶାସନ ଅପିଲ କରିଛି ଲୋକଙ୍କୁ ଘରୁ ନବାହାରିବା ପାଇଁ । ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିବା ନେଇ ସୂଚନା ମିଳିଛି । ବାଲେଶ୍ଵର ଏସପିଙ୍କ ସୂଚନା, ସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଲାଗୁ ହୋଇଛି ।