ଭୀଷଣ ବାତ୍ୟା ନେଇ ଛୁଇଁବ ସ୍ଥଳଭାଗ

ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା ।୨୪ ମଧ୍ୟରାତ୍ରି କିମ୍ବା ୨୫ ତାରିଖ ସକାଳେ ଛୁଇଁ ପାରେ ସ୍ଥଳଭାଗ । ୧୫ କି.ମି. ବେଗରେ ବଢୁଛି ବାତ୍ୟା।
ପାରାଦୀପ ଠାରୁ ୫୨୦ କି.ମି. ଓ ସାଗରଦ୍ଵୀପ ଠାରୁ ୬୦୦କି.ମି. ଦୂରରେ ଅବସ୍ଥିତ ବାତ୍ୟା ।ଘଣ୍ଟା ପ୍ରତି ୧୦୦ ରୁ ୧୨୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୪ ପାଇଁ ମୟୂରଭଞ୍ଜ ,ବାଲେଶ୍ଵର ,ଭଦ୍ରକ,କେନ୍ଦ୍ରାପଡା ,ଜଗତସିଂହପୁର,କଟକ ଓ ଯାଜପୁର ଜିଲ୍ଲା କୁ ରେଡ ୱାର୍ନିଙ୍ଗ ଜାରି ହୋଇଛି ।
ପାରାଦ୍ଵୀପ ,ଧାମରା ଓ ପୁରୀ ପୋର୍ଟ କୁ ୪ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଂକେତ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *